ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂତନ ୧,୩୨୪ ପଜିଟିଭ କେସ୍ ଦେଖାଯାଇଛି। ଏଥିସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୬ରେ ପହଞ୍ଚିଛି। ସେଥିରେ ଆକ୍ଟିଭ କେସ୍ ୧୩,୨୯୫, ସୁସ୍ଥ ହୋଇ ଫେରିଛନ୍ତି ୨,୩୦୨ ଜଣ, ଏବଂ ୫୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।