ଦେଶରେ କରୋନା ମୃତ୍ୟୁ ସଂଖ୍ୟାରେ ବିସ୍ଫୋରକ ରୂପ, ଦିନକରେ ୬୧୪୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନାର ଦୈନିକ ସଂକ୍ରମଣ ମାମଲା ତଳ ମୁହାଁ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪ ହଜାର ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ପାର କରିଛି। ସେହିପରି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ ୬,୧୪୮ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି। ଯାହା ଗତ କିଛି ଦିନର ଦୈନିକ ମୃତ୍ୟୁ ସଂଖ୍ୟାରୁ ସର୍ବାଧିକ। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୧ ହଜାର ୩୬୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ରେ ପହଞ୍ଚିଛି।