ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ରାଜଧାନୀରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ଏକ ଶହ ପାର କରିଛି। ସୂଚନା ଅନୁସାରେ ଆଜି ଭୁବନେଶ୍ୱରରୁ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଏହି ନୂଆ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ୩୩ ଜଣ ସଂଗରୋଧର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପୁର ଓ ଓଲ୍ଡ ଟାଉନରୁ ୫ ଜଣ ଲେଖାଏଁ ଏବଂ ବଡଗଡ଼ ଓ ନୟାପଲ୍ଲୀ ଅଞ୍ଚଳରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ସେହିପରି ୭୭ ଜଣ ଲୋକାଲ କେସ ମଧ୍ୟରେ ବଡ଼ଗଡ଼ ଓ ପଟିଆ ଅଞ୍ଚଳରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଏବଂ ବମିଖାଲ, ନୟାପଲ୍ଲୀ, ମଞ୍ଚେଶ୍ୱର, ସହିଦ ନଗର ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 28th Oct(till 9am) pic.twitter.com/5DDQKg773w— BMC (@bmcbbsr) October 28, 2020