ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୁଣି ଓଡ଼ିଶାରୁ ୪,୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨,୫୦୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ରହିଥିବାବେଳେ ୧,୭୩୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ ଆଜି ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୮୯, ପୁରୀରୁ ୨୯୧, ସୁନ୍ଦରଗଡ଼ରୁ ୧୫୪, ଯାଜପୁରରୁ ୧୫୦, ବରଗଡ଼ରୁ ୧୪୯, ମୟୂରଭଞ୍ଜରୁ ୧୪୭, ବାଲେଶ୍ୱରରୁ ୧୪୧, ସୋନପୁରରୁ ୧୨୯, ଜଗତସିଂହପୁରରୁ ୧୨୬, କନ୍ଧମାଳରୁ ୧୧୬, କଳାହାଣ୍ଡିରୁ ୧୧୪, ଝାରସୁଗୁଡାରୁ ୧୧୧, ନବରଙ୍ଗପୁରରୁ ୧୦୭, କେନ୍ଦ୍ରାପଡ଼ାରୁ ୧୦୩, ନୂଆପଡ଼ାରୁ ୯୯, କୋରାପୁଟରୁ ୯୮, ନୟାଗଡ଼ ଓ ବୌଦ୍ଧରୁ ୯୪ ଲେଖାଏଁ, ସମ୍ବଲପୁରରୁ ୯୧, ଢ଼େଙ୍କାନାଳରୁ ୮୬, ଅନୁଗୁଳରୁ ୮୪, କେନ୍ଦୁଝରରୁ ୭୭, ଗଞ୍ଜାମରୁ ୭୫, ଭଦ୍ରକରୁ ୭୨, ରାୟଗଡ଼ାରୁ ୬୬, ବଲାଙ୍ଗିରରୁ ୪୪, ମାଲକାନଗିରିରୁ ୨୮, ଗଜପତିରୁ ୨୩ ଓ ଦେବଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେପୁଲରୁ ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ରେ ପହଞ୍ଚିଛି। ସେଥିରୁ ୧,୨୯,୮୫୯ ଜଣ ସୁସ୍ଥ ହୋଇଥିବାବେଳେ ୩୬,୫୮୦ ସୁସ୍ଥ ହୋଇଛନ୍ତି।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିରେ ଖୋର୍ଦ୍ଧା ଓ ପୁରୀରୁ ୪ ଜଣ ଲେଖାଏଁ, ଗଜପତିରୁ ୨ ଜଣ ଓ ବାଲେଶ୍ୱର, କଟକ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୯ରେ ପହଞ୍ଚିଛି।