ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ଇତିମଧ୍ୟରେ କର୍ଣ୍ଣାଟକ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କରୋନାର ନୂଆ ଭାରିଏଣ୍ଟ ବିଏଫ୍.୭ରେ ଯଦି କୌଣସି ଲୋକ ସଂକ୍ରମିତ ହୁଅନ୍ତି ତେବେ କର୍ଣ୍ଣାଟକ ସରକାର ଫ୍ରିରେ ଚିକିତ୍ସା ପ୍ରଦାନ କରିବ । ଏନେଇ କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ସୂଚନା ପ୍ରଦାନ କରିଛନ୍ତି ।
ମନ୍ତ୍ରୀ ଆର ଅଶୋକ କହିଛନ୍ତି ଯେ, ବାଙ୍ଗାଲୁରୁରେ ଭିକ୍ଟୋରିଆ ହସ୍ପିଟାଲ ଏବଂ ମାଙ୍ଗାଲୁରୁରେ ବେନଲୋକ ହସ୍ପିଟାଲ କରୋନାର ନୂଆ ଭାରିଏଣ୍ଟର ଚିକିତ୍ସା କରାଯିବ ।