ଗୁଜରାଟର କନଷ୍ଟେବଲ ସୁନୀତାଙ୍କ ଇସ୍ତଫା ନାମଞ୍ଜୁର

ଅହମ୍ମଦାବାଦ,ଏଜେନ୍ସି: ଲକଡାଉନ୍ ସମୟରେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଣେ ମନ୍ତ୍ରୀଙ୍କ ପୁଅକୁ ଅଟକାଇ ଗୁଜରାଟର ମହିଳା କନଷ୍ଟେବଳ ସୁନୀତା ଯାଦବ ଚର୍ଚ୍ଚାର ପରିସରକୁ ଆସିଥିଲେ। ତେବେ ତାଙ୍କ ଉପରେ ଚାପ ପଡୁଥିବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଗଣମାଧ୍ୟମକୁ କହିବା ପରେ ସରକାର ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରୁନାହାନ୍ତି। ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କରାନିଙ୍କ ପୁଅ ପ୍ରକାଶ କରାନି ଏବଂ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ଗିରଫ କରିଥିଲେ ସୁନୀତା। ବରିଷ୍ଠ ଅଧିକାରୀମାନଙ୍କ ସମର୍ଥନ ମିଳୁ ନଥିବାରୁ ମୁଁ ଇସ୍ତଫା ଦେଇଛି ବୋଲି ସେ କହିଛନ୍ତି।