ଲାଞ୍ଚୁଆ କନେଷ୍ଟବଳ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଲିସ ସେବା ଭବନରେ ପୁଲିସଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ। ଅଭିଯୋଗ ମୁତାବକ, କନେଷ୍ଟବଳ ସୁରେଶ ଦାସ ଏରିଅର ଟଙ୍କା କରାଇ ଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୁରେଶ କମିଶନରେଟ ପୁଲିସର ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟ କରୁଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ କମିଶନରେଟ ପୁଲିସ ତାଙ୍କୁ ନିଲମ୍ବିତ କରିଛି।