୩୬ ଜଣଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ସୁଶାନ୍ତ ସିଂଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏସସି ସଶକ୍ତୀକରଣ, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ ମଙ୍ଗଳ, ଅନନ୍ତ ଜେନାଙ୍କୁ ସଶକ୍ତ ଓଡ଼ିଶା, ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ଦିଆଯାଇଛି। ସେହିପରି ସୁଧୀର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ‘ଓଡ଼ିଶା ମୋ ପରିବାର’, ଜଗନ୍ନାଥ ସାରକା, ଯୋଗେଶ ସିଂ, ବାସନ୍ତୀ ହେମ୍ବ୍ରମଙ୍କୁ ଜନଜାତି ସଶକ୍ତୀକରଣ, ଲୋପାମୁଦ୍ରା, ଗୀତା ଓ ଶ୍ରୀମୟୀଙ୍କୁ ମହିଳା ସଶକ୍ତୀକରଣ, ଦେବାଶିଷ ମାରାଣ୍ଡିଙ୍କୁ ଜନଜାତି ସଶକ୍ତୀକରଣ, ମାନସ ମଙ୍ଗରାଜଙ୍କୁ ମିଡିଆ ବ୍ୟାପାର ଦାୟିତ୍ୱ ମିଳିଛି।

ଅନ୍ୟପଟେ ସୁଶାନ୍ତ ସିଂ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସ୍ନେହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା, ହାଜି ମହମ୍ମଦ ଆୟୁବ ଖାନ୍, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ଦେବଶ୍ରୀ ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ରାସେଶ୍ୱରୀ ପାଣିଗ୍ରାହୀ, ରାଜୀବ ପାତ୍ର, ସୁଧୀର ସାମଲ, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯୋଗେଶ ସିଂହ, ବାସନ୍ତୀ ହେମ୍ବ୍ରମ୍, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାରାଣ୍ଡି, ମାନସ ମଙ୍ଗରାଜ, ଜନ୍ମେଜୟ ଲେଙ୍କା, ବିଶ୍ୱଜିତ ମହାନ୍ତି, ସତ୍ୟବ୍ରତ ପାତ୍ର, ଶାରଦା ଜେନା, ଗୀତାଞ୍ଜଳୀ ସେଠୀ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।