ଅରବିନ୍ଦ କେଜ୍ରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଉପରାଜ୍ୟପାଳଙ୍କୁ ଚିଠି ଲେଖିଲେ ସୁକେଶ

ନୂଆଦିଲ୍ଲୀ: ୨୦୦ କୋଟି ମନିଲଣ୍ଡ୍ରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ର ଶେଖର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ତାଙ୍କୁ ଧମକାଇବା ସହ ମାନସିକ ରୂପେ ପ୍ରତାଡ଼ିତ କରାଯାଇଥିବା ସୁକେଶ ଅଭିଯୋଗ କରିଛନ୍ତି ।

ସତ୍ୟେନ୍ଦ୍ର ଜୈନ ଧମକାଇବା ସହ ୪୮ ଘଣ୍ଟା ମଧ୍ୟରେ ଉଭୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିରୋଧରେ ମାମଲାକୁ ଫେରାଇ ନେବାକୁ କହିଥିବା ସୁକେଶ କହିଛନ୍ତି ।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନ ମଧ୍ୟ ଏବେ ଜେଲରେ ବନ୍ଦି ଅଛନ୍ତି ।