ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଂଗ୍ରେସ କାର୍ଯ୍ୟକର୍ତ୍ତା ମୋଦୀଙ୍କୁ ବିରୋଧ କରିବା ପାଇଁ ତାଙ୍କ ହେଲିକପ୍ଟର ଉପରକୁ କଳା ବେଲୁନ ଛାଡ଼ିଥିବା ନେଇ ସୂଚନା ମିଳିଛି । ମୋଦୀଙ୍କ ହେଲିକପ୍ଟର ଉଡ଼ାଣ ଭରୁଥିବା ସମୟରେ ପ୍ରଦର୍ଶନକାରୀ ଖୁବ୍ ନିକଟକୁ ଯାଇ ବେଲୁନ୍ ଛାଡ଼ିଥିଲେ । କେବଳ ଏତିକି ନୁହେଁ, କଂଗ୍ରେସ କାର୍ଯ୍ୟକର୍ତ୍ତା ‘ମୋଦୀ ଗୋ ବ୍ୟାକ୍’ ନାରା ମଧ୍ୟ ଲଗାଇଥିଲେ । ଫଳରେି ମୋଦୀଙ୍କ ସୁରକ୍ଷାକୁ ନେଇ ବିଜେପି ଚିନ୍ତା ଜାହିର କରିଛି ।
ମିଡିଆ ରିପୋର୍ଟସ ମୁତାବକ, ଗନ୍ନାବରମ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଉଡ଼ାଣ ଭରିବା ସମୟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏୟାରପୋର୍ଟସ୍ଥିତ ନିର୍ମାଣଧୀନ ବିଲ୍ଡିଂରୁ ବେଲୁନ ଛାଡ଼ିଥିଲେ । ଉକ୍ତ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଏହି ମାମଲାରେ ଯଥାଶୀଘ୍ର ଯାଞ୍ଚ ଆରମ୍ଭ କରିଛି ।