ରାଜ୍ୟ ସାରା ବଢ଼ିବ ଶୀତ, ଜାରି ରହିବ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ସାରା ଶୀତ ବଢ଼ିବ। ଆସନ୍ତା ୨୪ ଘଣ୍ଟା ପରେ ପ୍ରାୟ ସମସ୍ତ ଜିଲ୍ଲାରେ ତାପମାତ୍ରା ଆଶାନୁତୀତ କମିବ। ସାଧାରଣତଃ କିଛି ଜିଲ୍ଲାରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୁରୁବାର ପାଣିପାଗ କେନ୍ଦ୍ର ସୂଚନା  ଦିଆ ଯାଇଛି ଯେ,  ଆସନ୍ତା ୩ରୁ ୪ ଦିନ ରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଗୁରୁଚାପ ବଳୟ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବେଶ କରିବାକୁ ଥିବାବେଳେ ରାଜ୍ୟ ସାରା ଶୀତର ପ୍ରକୋପ ବଢ଼ିବ। ଏଥିସହ ଉପକୂଳ ଜିଲ୍ଲାଗୁଡ଼ିକରେ କୁହୁଡ଼ିର ପ୍ରଦୁର୍ଭାବ ଅଧିକ ରହିବ ବୋଲି ଜଣାପଡ଼ିଛି।

ଏଥିସହ ଗତ ୨୪ ଘଣ୍ଟାରେ ସାଧାରଣ ତାପାମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟର କିଛି ସହରରେ ତାପମାତ୍ରା ହ୍ରାସ ପାଇଥିବାବେଳେ ସୁନ୍ଦରଗଡ଼, ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ସବୁଠୁ କମ୍ ୧୩ ଡିଗ୍ରୀ ରହିଛି। ଏହାବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ତାପାମତ୍ରା ୧୪ ଡିଗ୍ରୀରୁ ଊଦ୍ଧ୍ୱର୍ରେ ରହିଥିବା ଉକ୍ତ ବିବୃତ୍ତିରେ ଦେଖିବାକୁ ମଳିଛି। ତେବେ ଶୁକ୍ରବାର କନ୍ଧମାଳ, କୋରାପୁଟ୍, ମାଲକାନାଗିରି, ରାୟଗଡ଼ା, ଯାଯପୁର, ଢ଼େଙ୍କାନାଳ, ବୌଦ୍ଧ, କଟକ ଓ ନୟାଗଡ଼ରେ ସାମାନ୍ୟ ପରିମାଣରେ କୁହୁଡ଼ି ନଜରକୁ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ଦିନରେ ପାଗ ଶୁଖିଲା ରହିବ ବୋଲି ପୂର୍ବନୁମାନ କରିଛି।