ଓଡ଼ିଶୀ ସଙ୍ଗୀତକୁ ଖୁବଶୀଘ୍ର ମିଳିପାରେ ଶାସ୍ତ୍ରୀୟ ମାନ୍ୟତା, କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶୀ ସଙ୍ଗୀତଙ୍କୁ ଖୁବଶୀଘ୍ର ଶାସ୍ତ୍ରୀୟ ମାନ୍ୟତା ମିଳିପାରେ। ଏନେଇ କିଟ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିଲ୍ଲୀଗସ୍ତରେ ଥିବା ସାଂସଦ ସାମନ୍ତ ଗୁରୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ କରଛନ୍ତି। ଏନେଇ ଟ୍ୱିଟ୍ କରି ସାଂସଦ ସୂଚନା ଦେଇଛନ୍ତି। ତେବେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଫଳରେ ଏହା କୋଟି କୋଟି ଓଡ଼ିଆ ଓ ସାରାଦେଶର ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବଢ଼ାଇବ ବୋଲି ସେ ପ୍ରକାଶ କରିଛନ୍ତି।
ସୂଜନା ଥାଉ କି, ଓଡ଼ିଶାବାସୀ ଦୀର୍ଘଦିନରୁ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦାବି କରିଆସୁଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ କେନ୍ଦ୍ରକୁ ଚିଠି ଲେଖିଥିବା କେନ୍ଦ୍ରମନ୍ତ୍ରୀ ପଟେଲ ପ୍ରକାଶ କରିଥିଲେ। ତେବେ ମାନ୍ୟତା ପ୍ରଦାନ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ସାଂସଦ ସାମନ୍ତଙ୍କୁ କହିଥିବା ଜଣାପଡ଼ିଛି।
ସୂଚନା ଥାଉ କି, କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ସାଂସଦ ଆଲୋଚନା କରିବା ପୂର୍ବକ କେନ୍ଦ୍ରମନ୍ତ୍ରୀ ପଟେଲଙ୍କୁ ଭେଟିଥିଲେ। ଏ ଅବସରରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।