କୋଇଲା ଅଭାବ: ଉଚ୍ଚସ୍ତରୀୟ ବୈଠକ ଡକାଇଲେ ଶାହ

ନୂଆଦିଲ୍ଲୀ: କୋଇଲା ଅଭାବ ଓ ବିଜୁଳି ସଙ୍କଟକୁ ନେଇ ରାଜ୍ୟର ଅଭିଯୋଗ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ନୋର୍ଥ ବ୍ଲକରେ ହେଉଥିବା ଏହି ବୈଠକରେ ବିଜୁଳି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଏନଟିପିସିର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ବିହାର, ନୂଆଦିଲ୍ଲୀ, ପଞ୍ଜାବ, ୟୁପି, କେରଳ ଓ କର୍ଣ୍ଣାଟକ ସମେତ ଅନେକ ରାଜ୍ୟ କୋଇଲା ଅଭାବର ଅଭିଯୋଗ କରିଛନ୍ତି। ଅନ୍ୟପଟେ କୋଇଲା ମନ୍ତ୍ରଣାଳୟ କହିଛି ଯେ, ବିଜୁଳି ପ୍ଲାଣ୍ଟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଭଣ୍ଡାର ରହିଛି। ସେଥିପାଇଁ ବିଜୁଳି ସଙ୍କଟର ଆଶଙ୍କା ସମ୍ପୂର୍ଣ୍ଣ ରୂପେ ଭୁଲ୍।