ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଜୋର ଧରିଥିବାବେଳେ ଗତକାଲି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ଟିକା ନେଇଛନ୍ତି। ଗ୍ରାମାଞ୍ଚଳରେ ୬୩.୭ ପ୍ରତିଶତ ଓ ସହରାଞ୍ଚଳରେ ୩୬ ପ୍ରତିଶତ ଟିକାକରଣ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ଟିକାକରଣ ସମ୍ଭବ। ଏନେଇ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ ସୂଚନା ଦେଇଛନ୍ତି।
ଭି.କେ ପଲ୍ ଆହୁରି କହିଛନ୍ତି ଯେ, ଗତକାଲି ୪୬ ପ୍ରତିଶତ ମହିଳା ଓ ୫୩ ପ୍ରତିଶତ ପୁରୁଷଙ୍କ ଟିକାକରଣ ହୋଇଛି। ଟିକାକରଣ କ୍ଷେତ୍ରରେ ମହିଳାଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଦେଶରେ କରୋନା ସଂକ୍ରମଣ କମୁଛି। ଦେଶର ୫୫୩ଟି ଜିଲ୍ଲାରେ ୫ ପ୍ରତିଶତରୁ କମ୍ ସକ୍ରିୟ ମାମଲା ରହିଛି। ଦୈନିକ ଶହେରୁ ଅଧିକ ମାମଲା ମାତ୍ର ୧୫୩ଟି ଜିଲ୍ଲାରୁ ଆସୁଛି। କରୋନା ସଂକ୍ରମଣ କମୁଥିଲେ ବି ସମସ୍ତେ ସତର୍କ ରୁହନ୍ତୁ।