ମମତାଙ୍କ ଉପରେ ବର୍ଷିଲେ ଯୋଗୀ

ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଆଜି ବିଜେପିର ଧୁଆଁଧାର ପ୍ରଚାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଋଲିୟାରେ ଏକ ରାଲିକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି। ‘ଜୟ ଶ୍ରୀ ରାମ ନାରା’କୁ ନେଇ ମମତା ଚିଡ଼ନ୍ତି ବୋଲି ଯୋଗୀ ଆରୋପ ଲଗାଇଛନ୍ତି।

ଯୋଗୀ ଆଦିତ୍ୟନାଥ ଆହୁରି କହିଛନ୍ତି ଯେ, ‘ମୁଁ ନିଜେ ରାମ-କୃଷ୍ଣଙ୍କ ପବିତ୍ର ଭୂମିରୁ ରାମ-କୃଷ୍ଣଙ୍କ ପବିତ୍ର ଭୂମିକୁ ଆସିଛି। ବଙ୍ଗଳା ଭାରତର ରାଷ୍ଟ୍ରବାଦର ଭୂମି ରୂପେ ଜଣାଯାଇଥାଏ। ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନ୍ଦ, ରବିନ୍ଦ୍ର ନାଥ ଟେଗୋର ଓ ସୁଭାଷ ଚନ୍ଦ୍ର ବୋଷ ଏହି ପବିତ୍ର ଭୂମିର ସନ୍ତାନ। ୨୦୧୯ରେ ବି ଏଠାକୁ ଆସିଥିଲି କିନ୍ତୁ ମୋ ହେଲିକପ୍ଟରକୁ ଅବତରଣ କରିବା ପାଇଁ ଦିଆଯାଇନଥିଲା। ମମତା ଦୀଦୀ ‘ଜୟ ଶ୍ରୀ ରାମ’ ନାରାକୁ ନେଇ ଖୁବ୍ ଚିଡ଼ିଥାନ୍ତି। କିନ୍ତୁ ମୁଁ ଏଠାରେ ପହଞ୍ଚିବା ସମୟରେ ‘ଜୟ ଶ୍ରୀ ରାମ’ ନାରା ଦ୍ୱାରା ମୋର ଅଭିବାଦନ କରାଯାଇଥିଲା। କିନ୍ତୁ ଗୋଟିଏ ଜିନିଷ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ୨୦୧୪ ପୂର୍ବରୁ ମନ୍ଦିର ଯିବା ଦ୍ୱାରା ଯେଉଁଠି ନୈତିକତା କ୍ଷୁର୍ଣ୍ଣ ହେଉଥିଲା ଆଜି ସେଠାରେ ମମତା ଦୀଦୀ ଚଣ୍ଡୀ ପାଠ କରୁଛନ୍ତି।’