ଆନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ମହିଳାମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି।

ଏହି ଅବସରରେ ସେ କହିଛନ୍ତି କି ମା’ ଓ ଭଉଣୀମାନଙ୍କ ପାଇଁ ପାର୍ଲାମେଣ୍ଟରେ ୩୩ % ରିଜର୍ଭେସନ ପାଇଁ ବିଜେଡ଼ି ଦାବି କରିଆସୁଛି। ଏ ଦାବି ବିଷୟରେ ଆମେ ସାରା ଦେଶରେ ମାଆ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ। ଗତ ସାଧାରଣ ନିର୍ବାଚନରେ ଆମେ ୩୩% ସିଟରେ ମାଆ ମାନଙ୍କୁ ଅଗ୍ରାଧିକାର ଦେଇଛୁ। ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ।

ବିନା ସୁଧରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମାଆ ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମାଆ ମାନଙ୍କ କଲ୍ୟାଣ ପାଇଁ ଲ୍ୟାଣ୍ଡ ରାଇଟ୍ସ, ପ୍ରପଟି ରାଇଟ୍ସ, ରାସନକାର୍ଡ, ଝିଅମାନଙ୍କ ପଢ଼ିବା ପାଇଁ ହଷ୍ଟେଲ, ସ୍କଲାରସିପ୍‍, ୱାର୍କିଂ ଓମେନ୍ସ ହଷ୍ଟେଲ, ଆଦି ଅନେକ କାର୍ଯ୍ୟକ୍ରମ କରାଯାଇଛି। ଆଗକୁ ମଧ୍ୟ ମାଆ ଓ ଭଉଣୀ ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।