୧୯ ଜିଲ୍ଲାରୁ ୫୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ୧୯ ଜିଲ୍ଲାରୁ ଆଉ ୫୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୮୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୬, ଯାଜପୁରରୁ ୫, ଅନୁଗୁଳ, ବାଲେଶ୍ୱର ଓ ଝାସୁଗୁଡ଼ାରୁ ୪ ଲେଖାଏଁ, ଦେଓଗଡ଼, କେଉଁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ରୁ ୩ ଲେଖାଏଁ, ନୂଆପଡ଼ା, ପୁରୀ ଓ ରାୟଗଡ଼ାରୁ ୨ ଲେଖାଏଁ, ବରଗଡ଼, ବଲାଙ୍ଗିର, ଗଜପତି ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୪ଲକ୍ଷ ୯୨ହଜାର ୧୫୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ହଜାର ୮୦୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୫ହଜାର ୮୦ଜଣ ସୁସ୍ଥ ହୋଇଛନ୍ତି, ୧୯୧୭ଜଣଙ୍କର ମୃତ୍ୟୁ ଘଟିଛି ଓ ୭୫୩ ଜଣ ଚିକିତ୍ସିତ ହେଉଛନ୍ତି