୮ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜୁଲାଇ ୧୨ରେ ମହାପଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। କେବଳ ଶେଷ ସ୍ପର୍ଶ ଅପେକ୍ଷାରେ ତିନି ରଥ। ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଠିକ୍ ଚାରି ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କରିବେ। ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନାନୁସାରେ ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁଲିସ ମହାନିର୍ଦ୍ଦେଶକ, ସେବାୟତ, ଅନ୍ୟ ଅଧିକାରୀମାନେ ସାମିଲ ହେବେ। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ଏବଂ ସୀମିତ ସେବାୟତ ଓ ପୁଲିସ କର୍ମଚାରୀଙ୍କ ମାଧ୍ୟମରେ ରଥ ଟାଣିବାର ବ୍ୟବସ୍ଥା ହେବ। ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ। କାରଣ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ହାର ଅଧିକ ଥିବାରୁ କୋଭିଡ୍ କଟକଣାକୁ ଅଧିକ କଡ଼ାକଡ଼ି କରାଯିବ। ରଥଯାତ୍ରା କିପରି ଶୃଙ୍ଖଳିତ ଓ ସୁରୁଖୁରୁରେ ଶେଷ ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶାନୁସାରେ କାର୍ଯ୍ୟ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି।