ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ କଳାକାର ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍ ସେନଚ୍ୟୁରୀ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଉଦୟଗିରି ଗୁମ୍ଫାର ଖୋଦିତ ଚିତ୍ରରେ ସମ୍ରାଟ ଖାରବେଳ ଏବଂ କଳିଙ୍ଗ ସାମ୍ରାଜ୍ୟର ସମୟ ଉପରେ ଏହି ପୁସ୍ତକଟି ଲେଖାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମହାନ କାର୍ଯ୍ୟଓଡିଶାର ପ୍ରାଚୀନ କଳା, ଇତିହାସ ଏବଂ ଐତିହ୍ୟକୁ ଆଲୋକିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଓଡ଼ିଶାର ଭିଜୁଆଲ୍ ଆର୍ଟ ପ୍ରଦର୍ଶନ, ପ୍ରୋତ୍ସାହନ ଏବଂ ସଂରକ୍ଷଣ ପାଇଁ ଏକ ମିଶନ ସହିତ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି । ଚିତ୍ରକଳା ସଂଗ୍ରହ ସହିତ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ଉଦୟଗିରିର ଚିତ୍ର, ଲେଖା ଏବଂ ଖୋଦିତ ଚିତ୍ରକୁ ଆଲୋକିତ କରି ପ୍ରାଚୀନ କଳିଙ୍ଗର କଳା ଏବଂ ସଂସ୍କୃତିକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି । ପୁସ୍ତକ ରିଲିଜ୍ ସମୟରେ ଆଇପିସିଏର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ପରମିତା ମହାପାତ୍ର ଉପସ୍ଥିତ ଥିଲେ।