ଏକତ୍ରିତ ହେଲେ ବଲିଉଡ ସେଲିବ୍ରିଟି

ନୂଆଦିଲ୍ଲୀ: ସମଗ୍ର ଦେଶବାସୀ ଏବେ କରୋନାକୁ ନେଇ ଆତଙ୍କିତ ଥିବାବେଳେ ସଭିଙ୍କ ମୁହଁରେ ହସ ଫେରାଇ ଆଣିବା ପାଇଁ ବଲିଉଡ ସେଲିବ୍ରିଟି ଏକତ୍ରିତ ହୋଇଛନ୍ତି। ଏହି ସକାରାତ୍ମ ଚିନ୍ତାଧାରା ସହିତ ‘ମୁସ୍କୁରାଏଗା ଇଣ୍ଡିଆ’ ନାମକ ଏକ ଗୀତ ରିଲିଜ କରାଯାଇଛି। ଗୀତଟି ଅକ୍ଷୟ କୁମାରଙ୍କ କେଫ ଅଫ୍ ଗୁଡ଼ ଫିଲ୍ମସ୍ ଓ ଜ୍ୟାକି ଭଗନାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। କେଶଲ କିଶୋରଙ୍କ ଦ୍ୱାରା ଲିଖିତ ଏହି ଗୀତଟିକୁ ବିଶାଲ ମିଶ୍ରା ଗାଇଛନ୍ତି। ଏହି ଗୀତଟିରେ ବଲିଉଡ ଜଗତର ଜଣାଶୁଣା ତାରକା ଅକ୍ଷୟ କୁମାର, ଟାଇଗର ଶ୍ରୋଫ, ତାପସୀ ପନ୍ନୁ, ବିକି କୌଶଲ, ରାଜକୁମାର ରାଓ, ଆୟୁଷ୍ମାନ ଖୁରାନା, କାର୍ତ୍ତିକ ଆର୍ୟ୍ୟନ, ଜ୍ୟାକି ଭଗନାନୀ, ଭୂମି ପେଡନେକର, ଅନନ୍ୟା ପାଣ୍ଡେ ଓ ରକୁଲପ୍ରୀତ ସିଂ ନଜର ଆସିବେ। ଏଥିରୁ ଯାହାବି ରୋଜଗାର ହେବ ତାହା କରୋନାର ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ।