‘ଓଡ଼ିଶା ଜଗରନଟ୍ସ’ ଖୋ ଖୋ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ଓଡ଼ିଶା ଜଗରନଟ୍ସ’ ଖୋ ଖୋ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମସ୍ତଙ୍କ ସହିତ ଆଲୋଚନା କରିବା ସହ ଫଟୋ ଉଠାଇଛନ୍ତି ନବୀନ ।

ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏକ କୋଟି ଟଙ୍କା ଟିମକୁ ପ୍ରଦାନ କରିଛନ୍ତି। ଅଲଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଛି ଓଡ଼ିଶା । ତେଲୁଗୁ ଯୋଦ୍ଧାସକୁ ହରାଇ ଟ୍ରଫି ହାତେଇଛି ଓଡ଼ିଶା ଜଗରନଟ୍ସ । ଖେଳ ସମୟରେ ମୁଖ୍ୟମନ୍ତ୍ରୀ ଓ ଫାଇବଟି ସଚିବ ମୋବାଇଲରେ ଐତିହାସିକ ମୁହୂର୍ତ୍ତକୁ ଉପଭୋଗ କରିଥିଲେ ।