ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେପ୍ଟେମ୍ବର ୬ ରେ ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ସୁଶ୍ରୀ ସୃଷ୍ଟି ସୁରୂପା ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ପରେ ବିଦୁସୀ ଗୀତା ଚନ୍ଦ୍ରନ୍‍ଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନ ଦ୍ୱାରା ସମାପ୍ତ ହୋଇଥିଲା ।

ନୃତ୍ୟ, ସଂଗୀତ ଏବଂ ସାଂଗଠନିକ ସଠିକତାର ଆଉ ଏକ ପ୍ରଶଂସନୀୟ ଦିନ ପରେ, ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ; କାଦମ୍ବିନୀ ପତ୍ରୀକାର ସମ୍ପାଦିକା ଡ଼କ୍ଟର ଇତୀରାଣି ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଓ ଶ୍ରୀ ଅଗ୍ନିମିତ୍ର ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବାଗ୍ନି ଓଡିଶାର ୧୦ ଜଣ ଶୀର୍ଷ ମାନ୍ୟତା ପ୍ରାପ୍ତ ସଂଗୀତଜ୍ଞଙ୍କ ପ୍ରତିଭା ଏବଂ ଅଭିଜ୍ଞତାର ଏକ ମିଶ୍ରଣ । ସେମାନେ ହେଲେ ବେହେଲାରେ ଶ୍ରୀ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀ ଶ୍ରୀନିବାସ ଶତପଥୀ, ଗିଟାରରେ ଶ୍ରୀ ଦେବ ରଂଜନ ନାୟକ ଓ ଶ୍ରୀ ପ୍ରଣବ ପ୍ରଧାନ, କିବୋର୍ଡରେ ଶ୍ରୀ ରମେଶ ଚନ୍ଦ୍ର ବେହେରା, ତବଲାରେ ଶ୍ରୀ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁସନରେ ଶ୍ରୀ ବୈଭବ କୁମାର ଦାସ ଓ ଶ୍ରୀ ସମୀର ରଂଜନ ପ୍ରଧାନ, ଡ୍ରମରେ ଶ୍ରୀ ବିକସିତ୍ ସାହୁ ଏବଂ କଣ୍ଠରେ ଶ୍ରୀ ମିଲନ୍ କୁମାର ପଣ୍ଡା । ସେମାନେ ଜୀବନର ସମସ୍ତ ବାଧାବିଘ୍ନ ଏବଂ ଅସୁବିଧାଗୁଡ଼ିକର ବିନାଶକାରୀ ଭଗବାନ ଗଣେଶଙ୍କୁ ପ୍ରଣାମ ପୂର୍ବକ ବକ୍ରତୁଣ୍ଡ ମହାକାୟ ସହିତ ସେମାନଙ୍କର ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଯାହାର ନାମ ଇମ୍ପୋସିଆନ୍‌, ଏକ ଉଚ୍ଚକୋଟୀର ପରିବେଶଣ ଥିଲା ଯାହାକୁ କଳାକାରମାନଙ୍କ ଦ୍ୱାରା ତୀବ୍ରତା ଏବଂ ଉତ୍ସାହ ସହିତ ପରିବେସିତ ହୋଇଥିଲା । ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ମୂଳଦୁଆରେ ଓଡ଼ିଶାର ଗର୍ବ ପାଳନ କରି ଶିବାଗ୍ନି ତା’ପରେ ଏକ ଓଡ଼ିଶୀ ଫ୍ୟୁଜନ୍ ପରିବେଶଣ କରିଥିଲେ । ପରବର୍ତ୍ତୀ ଉପସ୍ଥାପନା ଥିଲା ବର୍ଷାର ଶାନ୍ତକାରୀ ଶବ୍ଦ ପ୍ରଦର୍ଶନ, ଯାହା ଦୂର ତଥା ନିକଟବର୍ତ୍ତୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ ପରେ ପରେ ସେମାନେ ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିଥିଲେ ଏବଂ ଶେଷରେ ବିନାଶକ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବେସିତ ଶିବନାସ ପରିବେଶଣ କରିଥିଲେ । ଶିବାଗ୍ନିର ସଂଗୀତଜ୍ଞମାନଙ୍କ ଦ୍ୱାରା ପରିବେଶିତ ସମସ୍ତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍‍ ଆକର୍ଷିତ କରିଥିଲେ ।

ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କରିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ ।