କେରଳ,ଏଜେନ୍ସି: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତରେ ମଧ୍ୟ ୯୮ ଲକ୍ଷରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏହି ମଧ୍ୟରେ କେରଳରେ ସଂକ୍ରମଣ ସଂଖ୍ୟା ୬ ଲକ୍ଷ ୫୮ ହଜାରରୁ ଅଧିକ ରହିଛି। ଦେଶବାସୀଙ୍କ ପାଇଁ ଡିସେମ୍ବର ଶେଷ ସୁଦ୍ଧା କରୋନା ଟିକା ଆସିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ସବୁ ରାଜ୍ୟ ଟିକାକରଣ ପାଇଁ କମିଟିମାନ ଗଠନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ କେରଳ ସରକାର ଏବ ବଡ଼ ଘୋଷଣା କରିଛନ୍ତି। କେରଳ ବାସୀଙ୍କୁ ମାଗଣାରେ କରୋନା ଟିକାକରଣ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଛନ୍ତି।