କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍‌: କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ସୁପର ଲିଗ୍‌ର ମ୍ୟାଚ୍‌ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ କଥା ହୋଇଛନ୍ତି । ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଲେଖିଛନ୍ତି, “ଚଳିତ ସିଜିନ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ମ୍ୟାଚ୍‌ ଦେଖି ଖୁସି ଲାଗିଲା । ଭୁବନଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚ୍‌ ପୂର୍ବରୁ ଖେଳାଳିଙ୍କ ସହ କଥା ହୋଇଛି । ଘରୋଇ ଦଳକୁ ଚଳିତ ସିଜିନ୍‌ ପାଇଁ ଶୁଭେଚ୍ଛା ଜଣାଇଛି ।”

ଆଜିର ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୧-୦ ଗୋଲ୍‌ରେ ବିଜୟୀ ହୋଇଛି । ବର୍ତ୍ତମାନ ପଏଣ୍ଟ ଟେବୁଲ୍‌ର ଓଡ଼ିଶା ଏଫସି ୯କ ପଏଣ୍ଟ ସହ ଶୀର୍ଷରେ ରହିଛି । ୪ଟି ମ୍ୟାଚ୍‌ ମଧ୍ୟରୁ ଓଡ଼ିଶା ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଛି । ମୋଟ ୯ ପଏଣ୍ଟ ହାସଲ କରିଛି ଓଡ଼ିଶା ଏଫସି ।