ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ‘ଅଭ୍ୟାସ’ ଡ୍ରୋନ୍‌ର ସଫଳ ପରୀକ୍ଷଣ, ଡିଆର୍‌ଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ‘ଅଭ୍ୟାସ’ଡ୍ରୋନ୍‌ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ଆଇଟିଆରରୁ ତାହା ପରୀକ୍ଷଣ ସଫଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି।

ଶନିବାର ଟ୍ୱିଟ୍ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆକାଶରୁ ଆକାଶ ମାର୍ଗକୁ ‘ଅଭ୍ୟାସ’ ପ୍ରୟୋଗ କରାଯାଇପାରିବ। ୨୦୧୨ରୁ ଏଷନଇ ଗବେଷଣା କରାଯାଉଥିଲା। ଏହାକୁ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ ଏରିଏଲ ଟାର୍ଗେଟ ବା ହିଟ୍ ମଧ୍ୟ କୁହାଯାଏ। ଏହାକୁ ଗ୍ୟାସ ଟର୍‌ବାଇନ୍ ଇଞ୍ଜିନ ଦ୍ୱାରା ପରିଚାଳିତ କରାଯାଏ। ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।