୪ ଓଡ଼ିଆ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ଆର୍ଥିକ ସହାୟତା ଓ ଚାକିରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ସେମାନଙ୍କ ନିମନ୍ତେ ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସୂଚନା ଅନୁସାରେ ଟୋକିଓ ଅଲମ୍ପିକ୍ସରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏନେଇ ଦୁଇ ପୁରୁଷ ହକି ତାରକା ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ୨.୫ କୋଟି ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ଉଭୟଙ୍କୁ ପୁଲିସ ବିଭାଗରେ ଡିଏସପି ଭାବେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସେହିପରି ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲେଖାଏଁ ଟଙ୍କା ଆର୍ଥିକ ପୁରସ୍କାର ଦିଆଯାଇଛି। ଏଥିସହ ଭବିଷ୍ୟତରେ ସମସ୍ତ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରି ପ୍ରତିଶୃତି ଦେଇଛନ୍ତି।