ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ବଡ୍ଗାଓଁ ଜିଲ୍ଲାରେ ଶୁକ୍ରବାର ଗୋଟିଏ ୪ ବର୍ଷର ଝିଅ ଚିତାବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡିଛି। ଓମ୍ପୁରା ହାଉସିଂ କଲୋନୀରେ ଏହି ଝିଅଟି ଘର ସମ୍ମୁଖସ୍ଥ ବଗିଚାରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ପିତାମାତା ଝିଅକୁ ନପାଇ ପୁଲିସକୁ ଖବର ଦେଇଥିଲେ। ତେବେ ନିକଟସ୍ଥ ଜଙ୍ଗଲରୁ ଝିଅର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିବାପରେ ଏହା ପଛରେ ଚିତାବାଘ ଆକ୍ରମଣ ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି।