‘ଚିପକୋ’ ଆନ୍ଦୋଳନର ନେତା ସୁନ୍ଦରଲାଲ ବହୁଗୁଣାଙ୍କ କରୋନାରେ ଦେହାନ୍ତ

ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ପାଇଁ ହୋଇଥିବା ପ୍ରସିଦ୍ଧ ‘ଚିପକୋ’ ଆନ୍ଦୋଳନର ନେତା ସୁନ୍ଦରଲାଲ ବହୁଗୁଣାଙ୍କ ମୃତ୍ୟୁ ଘଟିଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ମେ’ ୮ରେ ତାଙ୍କୁ ଋଷିକେଶ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅକ୍ସିଜେନ ସ୍ତର କମିବା ଯୋଗୁ ସ୍ଥିତି ଗମ୍ଭୀର ଥିଲା। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସୁନ୍ଦରଲାଲଙ୍କ ମୃତ୍ୟୁ ସମ୍ପର୍କରେ ଏମ୍ସ ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି।