ପାକିସ୍ତାନ ଆତଙ୍କବାଦୀଙ୍କୁ ଡରିଲେ ଚୀନ କର୍ମଚାରୀ

ନୂଆଦିଲ୍ଲୀ: ପାକିସ୍ତାନ ଯେତେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କଲେ ମଧ୍ୟ ସମୟକ୍ରମେ ତା’ର ଅସଲ ଉଦ୍ଦେଶ୍ୟ ସାମ୍ନାକୁ ଆସିଯାଏ। ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଚୀନୀ ଇଞ୍ଜିନିୟର ଏକେ-୪୭ ସାଥୀରେ ନେଇ କାମ କରୁଛନ୍ତି। ସେମାନେ ନିଜ ସୁରକ୍ଷା ନିଜେ କରୁଛନ୍ତି। କାରଣ ନିକଟରେ ପାକିସ୍ତାନର ଖେବର ପଖତୁନଖ୍ୱାରେ ଏକ ଯାତ୍ରୀବାହୀ ବସ୍ ବିସ୍ଫୋରଣରେ ଚୀନୀ ଇଞ୍ଜିନିୟରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ପାକିସ୍ତାନରେ କାମ କରୁଥିବା ଚୀନୀ କର୍ମଚାରୀଙ୍କ ଏକେ-୪୭ ସମେତ ଅନେକ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଚାଇନା ପାକିସ୍ତାନ ଇକୋନୋମିକ କୋରିଡର ସାଇଟର ବୋଲି ଜଣାପଡ଼ିଛି। ଯେବେଠୁ ଚୀନୀ କର୍ମଚାରୀଙ୍କ ବସ ଉପରେ ଆକ୍ରମଣ ହୋଇଛି ସେବେଠୁ ଚୀନ କର୍ମଚାରୀ ସତର୍କ ହୋଇଥିବା ଦେଖିବାକୁ ମିଳିଛି।