ବେଜିଂ,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରିଥିବା ବେଳେ ଆମେରିକାକୁ ଚୀନ ଧମକ ଦେଇଛି। ଧମକ ଦେଇ ମଙ୍ଗଳବାର ଚୀନ କହିଛି ଯେ, ତାଇୱାନଙ୍କୁ ସମର୍ଥନ ଜଣାଇଲେ ଆମେରିକାର ବଡ଼ଧରଣର କ୍ଷତି ହେବ।
ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପୂର୍ବତନ ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳକୁ ତାଇପେଇ ପଠାଇଥିଲା। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ପରେ ତାଇୱାନ କହିଥିଲା ଯେ, ଚୀନ ମଧ୍ୟ ତା’ରି ଉପରେ ଆକ୍ରମଣ କରିପାରେ। ତାଇୱାନକୁ ଚୀନ ନିଜର ଅଂଶବିଶେଷ ମନେକରୁଛି ଏବଂ ଏହାକୁ ନିଜର ନିୟନ୍ତ୍ରଣ ଭିତରେ ରଖିବାକୁ ନିଷ୍ପତ୍ତି ନେଇସାରିଛି।
ତାଇୱାନ ମିଡିଆ ରିପୋର୍ଟ ଅନୁସାରେ ତାଇୱାନର ବିଦେଶ ମନ୍ତ୍ରୀ ଜୋସେଫ ଜଏଣ୍ଟ ଚିଫ ଅଫ ଷ୍ଟାଫର ପୂର୍ବତନ ଆମେରିକୀୟ ଅଧ୍ୟକ୍ଷ ମାଇକ ଆଡମିରାଲ (ଅବସରପ୍ରାପ୍ତ) ମୁଲେନଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଟିମଙ୍କ ସ୍ୱାଗତ କରିଛନ୍ତି। ଆମେରିକା ଓ ତାଇୱାନ ଭିତରେ ସଂପର୍କ ଘନିଷ୍ଠ ହେବାକୁ ଯାଉଥିବାରୁ ଚୀନ ବିଚଳିତ ହୋଇପଡ଼ିଛି।