Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୂର୍ବ ଲଦାଖ ନିକଟରେ ମିସାଇଲ୍‌ ରେଜିମେଣ୍ଟ୍‌ ମୁତୟନ ସହ ରାଜପଥ ନିର୍ମାଣ କରୁଛି ଚୀନ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୂର୍ବ ଲଦାଖ ନିକଟରେ ମିସାଇଲ୍‌ ରେଜିମେଣ୍ଟ୍‌ ମୁତୟନ ସହ ରାଜପଥ ନିର୍ମାଣ କରୁଛି ଚୀନ୍‌

ନୂଆଦିଲ୍ଲୀ,ଏଜେନ୍ସି: ସୀମାନ୍ତରେ ଭାରତ ଓ ଚୀନ୍‌ ମଧ୍ୟରେ ସାମରିକ ବିବାଦ ଚାଲିଥିବା ବେଳେ ପୂର୍ବ ଲଦାଖ ପାଖରେ ଚୀନ୍‌ ନୂଆ ରାଜପଥ ଓ ସଡ଼କ ନିର୍ମାଣ କରିବା ସହ ମିସାଇଲ୍‌ ଓ ରକେଟ୍‌ ରେଜିମେଣ୍ଟ୍‌ ମୁତୟନ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ପୂର୍ବାଞ୍ଚଳ ଲଦାଖ ସମ୍ମୁଖ ଅକ୍‌ସାଇ ଚୀନ୍‌ ଅଞ୍ଚଳରେ ଚୀନ୍‌ ସେନା ନୂଆ ରାଜପଥ ନିର୍ମାଣ ଆରମ୍ଭ କରିଛି। ଫଳରେ ବାସ୍ତବ ନିୟନ୍ତ୍ର ରେଖା ନିକଟରେ ପହଞ୍ଚିବା ଲାଗି ସେମାନଙ୍କ ଯୋଗାଯୋଗ ଏବଂ ପହଞ୍ଚିବା ସମୟ ପୂର୍ବଅପେକ୍ଷା ଖୁବ୍‌ କମିଯାଇଛି।

ମୁଖ୍ୟ ଘାଟି କାଶଗଡ଼, ଗଡ଼ ଗୁନ୍‌ସା ଏବଂ ହୋତାନ ବ୍ୟତୀତ ସେମାନେ ରାଜପଥ ପ୍ରଶସ୍ଥ ଏବଂ ନୂତନ ‘ଏୟାର୍‌ ଷ୍ଟ୍ରିପ୍‌’ ନିର୍ମାଣ କରୁଥିବାରୁ ଚୀନ୍‌ର ସାମରିକ ଭିତ୍ତିଭୂମିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ସେହିପରି, ତିବ୍ବତ ସ୍ବଂୟଶାସିତ ଅଞ୍ଚଳର ପଶ୍ଚାତ୍‌ ଅଞ୍ଚଳରେ ବହୁସଂଖ୍ୟାରେ ଚୀନ୍‌ ସେନାର ମିସାଇଲ୍‌ ଏବଂ ରକେଟ୍‌ ରେଜିମେଣ୍ଟ୍‌ ମୁତୟନ କରାଯିବା ସହ ଛଦ୍ମ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ସର୍ଭିଲେନ୍ସ୍‌ ପାଇଁ ଡ୍ରୋନ୍‌ ମୁତୟନ ମଧ୍ୟ ସେହିଭଳି ବୃଦ୍ଧି କରାଯାଇଛି।

ତିବ୍ବତୀୟମାନଙ୍କୁ ‌ଚୟନ କରି ଚୀନ୍‌ ସେନା ମେନ୍‌ଲାଣ୍ଡ୍‌ ହାନ୍‌ ସୈନିକମାନଙ୍କ ସହ ସୀମାନ୍ତ ପୋଷ୍ଟ୍‌ ଗୁଡ଼ିକରେ ମୁତୟନ କରିବା କାର୍ଯ୍ୟ ମଧ୍ୟ ଦ୍ରୁତ ବେଗରେ କରୁଛି। ଅସୁବିଧାଜନକ ପାହାଡ଼ିଆ ଅଞ୍ଚଳରେ ତିଷ୍ଠିବା ‘ମେନ୍‌ଲାଣ୍ଡ୍‌’ ସୈନିକମାନଙ୍କ ପାଇଁ କଷ୍ଟକର ହୋଇଥିବାରୁ ଚୀନ୍‌ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ମୁତୟନ କରୁଛି। ଗତବର୍ଷ ଶୀତଋତୁ ତୁଳନାରେ ଏବର୍ଷ ଚୀନ୍‌ ଆଶ୍ରୟ, ‌ରାସ୍ତା ସଂଯୋଗ ଏବଂ ରହଣି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରସ୍ତୁତି କରିଛି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।