ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଥର ଇଭିଏମ୍ରେ ହେବ ପୌର ନିର୍ବାଚନ। ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏନେଇ ପ୍ରତି ବୁଥ୍ରେ ଦୁଇଟି ଲେଖାଏଁ ଇଭିଏମ୍ ମେସିନ୍ ରଖାଯିବ।
ଗୋଟିଏ ଇଭିଏମ୍ କାଉନସିଲର/ କର୍ପୋରେଟରଙ୍କୁ ଭୋଟ୍ ଦେବା ପାଇଁ ଉଦ୍ଧିଷ୍ଟ ରହିବ ଅନ୍ୟଟି ପୌରାଧ୍ୟକ୍ଷ୍ୟ ଓ ମେୟରଙ୍କୁ ଭୋଟ୍ ଦେବା ପାଇଁ ଉଦ୍ଧିଷ୍ଟ ରହିବ ବୋଲି ଆଜି ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ଚୂଡାନ୍ତ ହୋଇଛି ପ୍ରସ୍ତୁତି। ଆଜି ନିର୍ବାଚନ ଆୟୋଗ ଏନେଇ ସର୍ବଦଳୀୟ ବୈଠକ ଡାକିଥିଲେ।