ଗଞ୍ଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ିଥିବାବେଳେ ସବୁଠୁ ଅଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲା ରହିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ। ପଞ୍ଚାୟତ ସ୍ତରରେ କିଭଳି କରୋନା ମୁକାବିଲା ଚାଲିଛି ତାର ସମୀକ୍ଷା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଅପରାହ୍ଣ ୫ଟା ବେଳେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ସୁସ୍ଥ ହାର ବଢୁଛି। ଗଞ୍ଜାମ ଜିଲ୍ଲାର ୮୩ ପ୍ରତିଶତ ଗାଁ ଏବେ ଗ୍ରୀନ୍‌ ଜୋନରେ ରହିଛି । ୮୨.୨୪ ପ୍ରତିଶତ ରୋଗୀ ସୁସ୍ଥ ହୋଇ ସାରିଲେଣି। ୩ ହଜାର ୧୫୫ଟି ଗାଁରେ ସର୍ଭେ ହୋଇଥିଲା। ଏଥିରୁ ୨ ହଜାର ୬୧୭ଟି ଗାଁ ଗ୍ରୀନ୍‌ ଜୋନରେ ଥିବା ବେଳେ ରେଡ୍‌ ଜେନ‌ରେ ୫୮୩ଟି ଗାଁ ରହିଛି।