ଛତିଶଗଡ଼ ନକ୍ସଲ ଆକ୍ରମଣ: ଅଭିନନ୍ଦନଙ୍କ ଭଳି ରାକେଶ୍ୱରଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ପରିବାରବର୍ଗଙ୍କ ଦାବି

ରାୟପୁର: ଛତିଶଗଡ଼ର ସୁକମାରେ ଶନିବାର ହୋଇଥିବା ନକ୍ସଲୀ ଆକ୍ରମଣରେ ନିଖୋଜ ଥିବା ସିଆରପିଏଫ୍ କମାଣ୍ଡୋ ରାକେଶ୍ୱର ସିଂହଙ୍କୁ ମୁକ୍ତ କରିବାକୁ ଚେଷ୍ଟା ଜାରି ରହିଛି। ରାକେଶ୍ୱର ନକ୍ସଲଙ୍କ କବଜାରେ ଥିବାର ପ୍ରଥମ ଫଟୋ ସମ୍ନାକୁ ଆସିଛି। ଘଟଣାକୁ ୫ ଦିନ ବିତିଯାଇଥିବାରୁ ଆଜି ଜମ୍ମୁସ୍ଥିତ କମାଣ୍ଡୋଙ୍କ ପରିବାରବର୍ଗ ଓ ସହସ୍ରାଧିକ ଲୋକ ଆନ୍ଦୋଳନ କରି ରାକେଶ୍ୱରଙ୍କୁ ଅଭିନନ୍ଦନଙ୍କ ଭଳି ଯଥାଶୀଘ୍ର ଫେରାଇ ଆଣିବା ପାଇଁ ଦାବି କରିଛନ୍ତି।

ରାକେଶ୍ୱର ନକ୍ସଲଙ୍କ କବଜାରେ ଥିବା ନେଇ ଖୁଲାସା ହେବା ପରେ ତାଙ୍କ ପରିବାରବର୍ଗ କ୍ରୋଧାନ୍ୱିତ ହୋଇ ଆଜି ଜମ୍ମୁ-ପୁଚ୍ଛ ହାଇୱେ ଜାମ କରିଛନ୍ତି। ଏହି ମାମଲାରେ ସରକାର ଚୁପ ଥିବାକୁ ନେଇ ପରିବାରବର୍ଗ ଅସନ୍ତୋଷ ଜାହିର କରିଥିବା ଜଣାପଡ଼ିଛି।