ବାତ୍ୟା ପାଇଁ ଚେନ୍ନାଇ ବନ୍ଦ

ତାମିଲନାଡ଼ୁ: ବାତ୍ୟା ‘ମିଗଜୋମ୍‌’ କାରଣରୁ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ବର୍ଷା ଲାଗି ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ସରକାର ଅନେକ ଜିଲ୍ଲାରେ ସ୍କୁଲ, କଲେଜ ଓ ସାର୍ବଜନିକ ସ୍ଥାନ ବନ୍ଦ କରିଦେଇଛନ୍ତି ।

ତାମିଲନାଡ଼ୁ ସରକାରଙ୍କ ମୁଖ୍ୟ ସଚିବ ଶିବଦାସ ମିନା ନୋଟିସ ଜାରୀ କରି କହିଛନ୍ତି ଯେ, ବାତ୍ୟା କାରଣରୁ ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗଲପଟୁ ଜିଲ୍ଲାରେ ସବୁ ସ୍କୁଲ, କଲେଜ, ଶୈକ୍ଷଣିକ ସଂସ୍ଥା, ସାର୍ବଜନିକ ନିଗମ ଓ ବ୍ୟାଙ୍କ ଡିସେମ୍ବର ୫ ପର୍ଯ୍ୟନ୍ତ ବନ୍ଦ ରହିବ । କିନ୍ତୁ ଜରୁରୀ ସେବା ପୁଲିସ, ଅଗ୍ନିଶମ ବିଭାଗ, ଦୁଗ୍ଧ ଯୋଗାଣ, ହସ୍ପିଟାଲ, ଔଷଧ ଦୋକାନ ଓ ରିଲିଫ ବିଭାଗ ଆଦି ଖୋଲା ରହିବ ।