‘ଜନଔଷଧୀ ସୁଗମ’ରେ ମିଳୁଛି ଶସ୍ତାରେ ଔଷଧ…

ନୂଆଦିଲ୍ଲୀ: କରୋନା ଓ ଲକଡାଉନ ଯୋଗୁ ଔଷଧ ଦାମ ବୃଦ୍ଧି ପାଇଛି। ସେଥିପାଇଁ ଜନସାଧାରଣଙ୍କୁୁ ଶସ୍ତାରେ ଔଷଧ ଯୋଗାଇବା ଲାଗି ଏକ ବିକଳ୍ପ ବାହାର କରାଯାଇଛି। ପୂର୍ବରୁ ଔଷଧର ଦରଦାମକୁ ଲକ୍ଷ୍ୟରେ ରଖି ‘ପ୍ରଧାନମନ୍ତ୍ରୀ ଜନଔଷଧୀ’ କେନ୍ଦ୍ର ଖୋଲାଯାଇଥିଲେ ହେଁ ଅଧିକାଂଶ ଲୋକଙ୍କୁ ଏହା କେଉଁ ଅଞ୍ଚଳରେ ରହିଛି ତାହା ଜଣାନଥିଲା। ତେଣୁ ‘ଜନଔଷଧୀ ସୁଗମ’ ନାମକ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି। ଯଦ୍ୱାରା ଜଣେ ଘରେ ବସି ପାଖରେ ଉପଲବ୍ଧ ଏହି ଖାସ୍ ମେଡିକାଲ ଷ୍ଟୋର ସମ୍ବନ୍ଧରେ ସୂଚନା ପାଇପାରିବ। ଆଉ ଏଠାରେ ୯୦ ପ୍ରତିଶତ ଶସ୍ତାରେ ଔଷଧ ମିଳୁଥିବାରୁ ଅଧିକ ମୂଲ୍ୟ ଦେଇ ବାହାରୁ କିଣିବାକୁ ପଡ଼ିବ ନାହିଁ।