କରୋନାର ନୂଆ ରୂପକୁ ଦେଖି ଗୃହ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ରୂପକୁ ଦେଖି ଲଣ୍ଡନ ଓ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ନୂଆ ଗାଇଡଲାଇନ ଜାରି କରିଛନ୍ତି। ନଭେମ୍ବର ୨୫ରୁ ଲଣ୍ଡନ ଓ ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି।

ଲଣ୍ଡନରୁ ଭାରତ ଫେରିିଥିବା ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଲେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସଂସ୍ଥାଗତ କ୍ୱାରେଣ୍ଟାଇନ କରାଯିବା ସହ ଟେଷ୍ଟ ହେବ। ଆଉ ଯାହାଙ୍କ ରିପୋର୍ଟ ପଜିଟିଭ ଆସିବ ତାଙ୍କ ନମୁନାକୁ ଯାଞ୍ଚ ପାଇଁ ପୁଣେସ୍ଥିତ ଲ୍ୟାବକୁ ପଠାଯିବ। ଆଉ ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନେ ନିଜ ଘରେ କ୍ୱାରେଣ୍ଟାଇନରେ ରହିବେ। ସମସ୍ତ ଯାତ୍ରୀଙ୍କ ଠିକଣା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ।