ନୂଆଦିଲ୍ଲୀ: ଚୀନ, ଜାପାନ, ଆମେରିକା ଓ କୋରିଆ ଭଳି ଅନେକ ଦେଶରେ କରୋନା ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଏଣ୍ଟ ବୀଏଫ.୭ ଚିହ୍ନଟ ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କରୋନାକୁ ରୋକିବା ପାଇଁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟକୁ ଚିଠି ଲେଖି କହିଛନ୍ତି ଯେ, ଆଗାମୀ ଦିନରେ ଉତ୍ସବ ଆସୁଥିବାରୁ ଖାସ୍ ଧ୍ୟାନ ରଖନ୍ତୁ । ଏଥିସହିତ ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟ୍ରେସିଂ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ସମସ୍ତଙ୍କୁ କିପରି ପ୍ରିକସନ ଡୋଜ୍ ଦିଆଯିବ ତାହା ମଧ୍ୟ ସୁନିଶ୍ଚିତ କରନ୍ତୁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉ ।