ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇପାରେ। ଏନେଇ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ ସୂଚନା ଦେଇଛନ୍ତି। ଭାରଦ୍ୱାଜ କହିଛନ୍ତି ଯେ, ଆମେ ଆଜିଠୁ ଦଶମ ପରୀକ୍ଷା ଫଳାଫଳକୁ ନେଇ କାମ ଆରମ୍ଭ କରିଛୁ ଏବଂ ଆସନ୍ତା ସପ୍ତାହରେ ରେଜଲ୍ଟ ଦେବାକୁ ଚେଷ୍ଟା କରିବୁ।