ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ଅଗ୍ରଣୀ ଘରୋଇ ଇନ୍ସ୍ୟୁରାନ୍ସ କମ୍ପାନୀ ବଜାଜ୍ ଆଲିଆଞ୍ଜ୍ ଜେନେରାଲ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ବୁଧବାର ‘କେୟାର୍ ଫର୍ ହକି’ ଅଭିଯାନର ଆରମ୍ଭ ହୋଇଛି। କମ୍ପାନୀ ପକ୍ଷରୁ ଏହି ଅଭିଯାନରେ ଚେହେରା ଭାବେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ୍ଙ୍କୁ ନିଯୁକ୍ତ କରାଯାଇଛି। ଦେଶରେ ଫିଲ୍ଡ ହକିକୁ ଅଧିକ ଲୋକପ୍ରିୟ କରାଇବା ଏବଂ ଜଣେ ଖେଳାଳିଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ତୃଣମୂଳ ସ୍ତରରୁ ହକିର ବିକାଶରେ ସହଯୋଗ କରିବା ଲକ୍ଷ୍ୟରେ ‘କେୟାର୍ ଫର୍ ହକି’ କମ୍ପାନୀର ପ୍ରଥମ ଧରଣର ଅଭିଯାନ। ଏହି ଅବସରରେ କମ୍ପାନୀର ଏମ୍ଡି ଓ ସିଇଓ ତପନ ସିଂଘେଲ କହିଛନ୍ତି, ବଜାଜ୍ ଆଲିଆଞ୍ଜ୍ ଜେନେରୋଲ୍ ଇନ୍ସ୍ୟୁରାନ୍ସ ଏପରି ଏକ ବ୍ରାଣ୍ଡ୍ ଯାହା ଲୋକଙ୍କ ପାଇଁ ଯତ୍ନଶୀଳ ହେବା ସହ ଏକ ପରିବର୍ତ୍ତନ ପାଇଁ ଆଗ୍ରହ ଓ ପରିବର୍ତ୍ତନ ନେତୃତ୍ୱ ନେବା ପାଇଁ ପ୍ରୋତ୍ସାହିତ କରିଥାଏ।
କମ୍ପାନୀର ଏହି ଅଭିଯାନ କେବଳ ଏକ ପଦଚିହ୍ନ ସୃଷ୍ଟି କରିବା ନୁହେଁ, ବରଂ ହକି ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଅଧିକ ଲୋକଙ୍କୁ ପ୍ରୋତ୍ସାହିତ କରିବା। ଏହି ଅଭିଯାନ ମାଧ୍ୟମରେ ରାନୀ ରାମପାଲ୍ ଓ ୱାନ୍ ଥାଉଜେଣ୍ଡ ହକି ଲେଗ୍ସ ପ୍ରକଳ୍ପର ସମର୍ଥନରେ ଏହି ବାର୍ତ୍ତା ଲୋକଙ୍କୁ ନିଜର ସ୍ୱପ୍ନ ସାକାର କରିବା ସହ ରେକର୍ଡ ସ୍ଥାପନ ସହ ଦେଶ ପାଇଁ ଇତିହାସ ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରିବ। ଉଲ୍ଲେଖଯୋଗ୍ୟ, ଫ୍ଲାଗ୍ଶିପ୍ ପ୍ରକଳ୍ପ ‘ୱାନ୍ ଥାଉଜେଣ୍ଡ୍ ହକି ଲେଗ୍ସ’ ହକି ଖେଳ ପ୍ରତି ଆଗ୍ରହୀ ବଞ୍ଚିତ ପିଲାମାନଙ୍କୁ ଆବଶ୍ୟକ ସହଯୋଗ ଓ ସୁଯୋଗ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା।