ମୋଗାଡିସୁ,ଏଜେନ୍ସି: ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆର ରାଜଧାନୀ ମୋଗାଡିସୁ ସହରର ଏକ ରେସ୍ତୋରାଁ ନିକଟରେ ଶୁକ୍ରବାର ରାତିରେ କାର୍ ବୋମା ବିସ୍ଫୋରଣ ଘଟି ୨୦ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହି କାର ବୋମା ବିସ୍ଫୋରଣ ସୁଇସାଇଡ୍ ମିଶନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।