ଦିଲ୍ଲୀ ପହଂଚିଲେ କ୍ୟାପଟେନ ଅମରିନ୍ଦର ସିଂହ

ନୂଅଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ଦିଲ୍ଲୀ ପହଂଚିଛନ୍ତି। ଏହି ପରିପ୍ରେକ୍ଷୀରେ ଅମରିନ୍ଦର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା ହେଉଛି। ନଭଜୋତ ସିଂ ସିଦ୍ଧୁଙ୍କ ସହ ଲାଗି ରହିଥିବା ମନମାଳିନୀ ଯୋଗୁ ଅମରିନ୍ଦର ସେପ୍ଟେମ୍ବର ୧୮ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସମସ୍ତଙ୍କୁ ଚକିତ କରି ସିଦ୍ଧୁ ଦଳରୁ ଇସ୍ତଫା ଦେଇଛନ୍ତି। ସିଦ୍ଧୁ ଇସ୍ତଫା ଦେବାର ଠିକ୍ ପରେ ଅମରିନ୍ଦର ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ଆପଣଙ୍କୁ କହିଥିଲି ସିଏ ସ୍ଥିର ଲୋକ ନୁହେଁ ଏବଂ ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ ପାଇଁ ଉପଯୁକ୍ତ ନୁହେଁ।’

ସୂଚନାଯୋଗ୍ୟ, କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କର ପରବର୍ତ୍ତୀ ଯୋଜନାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେ ପଦ ଛାଡ଼ିବା ସମୟରେ ବନ୍ଧୁ ଓ ସହଯୋଗୀଙ୍କୁ ପଚାରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଥିଲେ।