ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି। ଆସନ୍ତାକାଲି ବସି ସର୍ବଦଳୀୟ ବୈଠକ। ଭୋଟର ତାଲିକା ପ୍ରସ୍ତୁତି ସହ ସୁରୁଖୁରୁରେ ପଞ୍ଚାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବ। ଏହି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ।

ତେବେ ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ଆଲୋଚନା ହେବ। ଏହି ବୈଠକରେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର ଯୋଗ ଦେବେ। ଦଳ ପକ୍ଷରୁ ଦେବୀ ମିଶ୍ର ଯୋଗ ଦେବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ତେବେ ପୂର୍ବରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବା ସହ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଚୂଡାନ୍ତ କରିସାରିଛି।

ତେବେ ଭାରତର ନିର୍ବାଚନ କମିଶନର ୨୦୨୧ର ଭୋଟର ତାଲିକା ଦେଇସାରିଛନ୍ତି। ରାଜ୍ୟ ନିର୍ବାଚନ କମିସନର ଏହି ତାଲିକା ସଂଶୋଧନ କରିବା ପାଇଁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି।