ଗୁଜୁରାଟ,ଏଜେନ୍ସି: ଗୁଜୁରାଟର ମୋରବି ସ୍ଥିତ ମାଚ୍ଚୁ ନଦୀରେ ଥିବା ଝୁଲା ପୋଲ ଭୁଶୁଡି ପଡ଼ିଛି। ପୋଲ ଭୁଶୁଡ଼ିବା ବେଳେ ପୋଲ ଉପରେ ଥିବା ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଘଟଣା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହିତ ତୁରନ୍ତ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନିରନ୍ତର ଉଦ୍ଧାର ପ୍ରକ୍ରିୟା ସହିତ ସମ୍ପର୍କରେ ରହିବେ ବୋଲି ମଧ୍ୟ ସେ କହିଛନ୍ତି।