ବସ୍ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ, ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଜୁଲାଇ ୧ ତାରିଖରୁ ବସ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ତେବେ ଆଲୋଚନା ସମ୍ପର୍କରେ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

୧୦ ଦଫା ଦାବି ନେଇ ଆଲୋଚନା କରାଯାଇଥିବା ସଂଘ ସମ୍ପାଦକ କହିଛନ୍ତି । ରଥଯାତ୍ରା ଥିବାରୁ ଘରୋଇ ବସ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ବାହାରକୁ ଯାଇଛନ୍ତି, ଆସିଲେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ଆସନ୍ତାକାଲି କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବା ବୋଲି ମନ୍ତ୍ରୀ କହିଛନ୍ତି । କାଲି କାର୍ଯ୍ୟକାରୀ କମିଟି ବୈଠକରେ ଯାହା ନିଷ୍ପତ୍ତି ହେବା ତାହା ଜଣାଇବୁ । ଆନ୍ଦୋଳନ ନିଷ୍ପତ୍ତିରୁ ଓହରିନୁ, କାଲି ଏନେଇ ନିଷ୍ପତ୍ତି ନେବୁ ବୋଲି ସଂଘ ସମ୍ପାଦକ କହିଛନ୍ତି ।