ତେଲ ଦର ବଢ଼ିବାରୁ ବସ୍ ଭଢ଼ା ବଢ଼ିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ତେଲ ଦର ବଢି଼ବାରୁ ବସ୍ ଭଡ଼ା ବଢ଼ିଛି। ଅର୍ଡିନାରୀ ବସ୍ ଭଡ଼ା ୭୨ରୁ ୭୩ ପଇସା ହେଲା। ଏକ୍ସପ୍ରେସ ଭଡ଼ା କିମି ପିଛା ୭୫ ପଇସାରୁ ୭୬ ପଇସା ହୋଇଯାଇଛି। ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୫ରୁ ବଢ଼ି ୧ଟଙ୍କା ୭ ହୋଇଛି। ଏସି ଡିଲକ୍ସ ୧ଟଙ୍କା ୨୭ରୁ ବଢ଼ି ୧ଟଙ୍କା ୨୯ ହୋଇଥିବା ଜଣାପଡ଼ିଛି।