ରାସ୍ତା କଡ଼କୁ ଓଲଟିଲା ବସ୍, ୬୦ରୁ ଅଧିକ ଯାତ୍ରୀ ଥିଲେ

ଭଣ୍ଡାରିପୋଖରୀ/ବାରିକପୁର, ଏନ୍ଏନ୍ଏସ୍: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛପୋଲିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବସ୍ ଛପୋଲିଆ ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା। ଖବର ପାଇ ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ପହଞ୍ଚି ବସ୍ ଭିତରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଥିଲେ। ଗୁରୁତର ଆହତ ହୋଇଥିବା ଧାମନଗର ଅଞ୍ଚଳର ଦିପ୍ତିରଞ୍ଜନ ଦାସ(୩୨), ବାରିପଦା ଅଞ୍ଚଳର ସଞ୍ଜୟ ପାଣି(୩୨)ଓ ସାଲେପୁର ଅଞ୍ଚଳର ଭୁବନ ସାହୁ ପ୍ରମୁଖଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ତେବେ ବସ୍ ଚାଳକ, କଣ୍ଡକ୍ଟର ଓ ହେଲ୍ପର ଫେରାର ଥିବାରୁ ବସ୍ ରେ ଆସୁଥିବା ଯାତ୍ରୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଓ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।