ନୂଆଦିଲ୍ଲୀ: ୟୁକ୍ରେନ ନାଗରିକଙ୍କ ଉପରେ ବୋମାମାଡ଼ ପରେ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କଡ଼ା ସମାଲୋଚନା କରିଛନ୍ତି । ଜୋନସନ କହିଛନ୍ତି ଯେ, ବ୍ଲାଦମୀର ପୁତିନଙ୍କ ଶାସନରେ ଅସ୍ତ୍ରଶସ୍ତ୍ର ଉପଯୋଗ କରି ନିର୍ଦ୍ଦୋଷ ନାଗରିକଙ୍କୁ ମାରାଯାଉଛି । ସେଥିପାଇଁ ପୁତିନ ‘ଯୁଦ୍ଧ ଅପରାଧୀ’ ବୋଲାଇବାର ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ ଅଟନ୍ତି ।
ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ର ପୋଲାଣ୍ଡ ଓ ଏସ୍ତୋନିୟା ଗସ୍ତ କରିଥିଲେ । ପୁତିନଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ ବ୍ରିଟେନ ଓ ନାଟୋ ମିଶିକି କାମ କରୁଛନ୍ତି ।