ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ପକ୍ଷରୁ ବ୍ରାହ୍ମଣୀଗାଁକୁ ନିଷିଦ୍ଧାଞ୍ଚଳ ଓ ଅଞ୍ଚଳର ୬ ଟି ଗ୍ରାମକୁ ବଫର ଜୋନ ଘୋଷଣା କରିଥିବା ଜଣାପଡ଼ିଛି। ସେହିପରି ୬ଟି ଗ୍ରାମରେ କିରାମାହା, ବାସୁଦେବପୁର, ପାର୍ବତୀପଡ଼ା, ଡାଙ୍ଗେସୀ, ଅଲାଞ୍ଜୁରୀ ଓ ପୁଇଗୁଡ଼ା ଥିବା ଜଣାପଡ଼ିଛି।
ଦାରିଙ୍ଗବାଡ଼ି ବିଡିଓ ହଳଧର ନାୟକ, ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକ, ଆରଆଇ ବିପିନ କୁମାର ଭୂୟାଁ, ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାଏକ, ସରପଞ୍ଚ ରମେଶ ମାଝୀଙ୍କ ଉପସ୍ଥିତିରେ ଆଜି ବ୍ରାହ୍ମଣୀ ଗାଁର ପ୍ରତ୍ୟେକ ସାହି ଓ ଗଳିର ପ୍ରବେଶ ପଥଗୁଡିକୁ ସିଲ କରାଯାଇଛି।
