ନୂଆଦିଲ୍ଲୀ: କରୋନା ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାର ନିୟମ ବଦଳାଇଛନ୍ତି । ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ଆଉ ବୁଷ୍ଟର ଡୋଜ ପାଇଁ ୯ ମାସ ଅପେକ୍ଷା କରିବାକୁ ପଡ଼ିବନି । ର ସୁପାରିସ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା ସୂଚନା ଦେଇଛନ୍ତି । ଏହି ସୁବିଧା ଖୁବଶୀଘ୍ର କୋଭିନ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପରାମର୍ଶଦାତା ସମୂହ ଗତ ସପ୍ତାହରେ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକ ୯ ମାସ ପୂର୍ବରୁ ବୁଷ୍ଟର ଡୋଜ ନେବାକୁ ନେଇ ସୁପାରିସ କରିଥିଲେ । ଦ୍ୱିତୀୟ ଡୋଜ୍ ନେଇଥିବା୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଲୋକ ବୁଷ୍ଟର ଡୋଜ ନେଇପାରିବେ ।